Subhashish Panigrahi | 7 Sep 05:24 2014

ଓଡ଼ିଆ ଉଇକିପିଡ଼ିଆ ଭୁବନେଶ୍ୱର ମାସିକ ମେଳଣ - ସେପ୍ଟେମ୍ବର

ଗତକାଲି ଆମ ଓଡ଼ିଆ ଉଇକି ପରିବାରର ସଦସ୍ୟ
ଶିତିକଣ୍ଠ ଦାସ, ଡ. ସୁବାସ ଚନ୍ଦ୍ର ରାଉତ,
ଭାରତୀୟ ଜନସଂସ୍ଥାନ ସଂସ୍ଥାନର (IIMC) ଦୁଇ
ପୂର୍ବତନ ଛାତ୍ରୀ ଆଦ୍ୟାବର୍ଷା ପ୍ରିୟଦର୍ଶିନୀ
ଓ ଟୁଇଙ୍କିଲ ପଟ୍ଟନାୟକ (ଯେ ଟିକେ
ବିଳମ୍ବରେ ଆସିଲେ!) ଓ ମୁଁ ଭୁବନେଶ୍ୱରର
ମାସିକ ମେଳଣର
ଆୟୋଜନ କରିଥିଲୁ । ଏଥିରେ ଆମେ ଅନ୍ୟାନ୍ୟ
ବିଭିନ୍ନ ଆଲୋଚନା ସହିତ IIMCର ବିଗତ ୨ ବର୍ଷ
ଭିତରେ ହୋଇଥିବା ଓଡ଼ିଆ ଉଇକିପିଡ଼ିଆ
ଶିକ୍ଷା ପ୍ରକଳ୍ପ ବାବଦରେ ଆଲୋଚନା
କରିଥିଲୁ । ଆଦ୍ୟା
ଓ ଟୁଇଙ୍କିଲ ଦୁହେଁ ଏଥିରେ ଗତବର୍ଷ ଜଡ଼ିତ
ଥିବାରୁ ସେମାନେ ଦେଇଥିବା କେତୋଟି
ମତାମତ ଓ
ଆମେ ସମସ୍ତେ ମିଳିତ ଭାବେ ଆଲୋଚନା
କରିଥିବା କିଛି ଆମର ଆଗାମୀ
କାର୍ଯ୍ୟକ୍ରମକୁ ଅଧିକ
ବ୍ୟବସ୍ଥିତ କରିବ ବୋଲି ଆଶା କରି ଏଠାରେ
ଉପସ୍ଥାପିତ କଲି ଯାହା ଆପଣମାନେ ବିଚାର
କରି ନିଜର
ମତ ଦେଇପାରିବେ:
- ଆଗରୁ ହୋଇଥିବା ଉଇକିପିଡ଼ିଆ
କାର୍ଯ୍ୟକ୍ରମରେ କର୍ମଶାଳାମାନଙ୍କ
ଭିତରେ ଯେଉଁ ବ୍ୟବଧାନ
ଥିଲା ସେଥିରେ ନୂଆ-ପୁରୁଣା ଉଇକିଆଳିଙ୍କ
ଭିତରେ ବିଶେଷ କିଛି ଆଳାପ-ଆଲୋଚନା
ହୋଇନଥିଲା ।
ଆଗକୁ ସେମାନେ କିପରି ନିୟମିତ ନିଜ ନିଜ
ଭିତରର ନିୟମିତ ସମ୍ପର୍କରେ ରହିବେ ତାହାର
(Continue reading)

Subhashish Panigrahi | 19 Aug 17:41 2014

ଆସନ୍ତା କାଲି IRC ଆଲୋଚନା: ସନ୍ଧ୍ୟା ୮ ଘଟିକା

ବନ୍ଧୁଗଣ,

ଏ ମାସରେ IRC ରେ ଆଲୋଚନା ହେବା ବାବଦରେ
ଆଲୋଚନା ଫେସବୁକରେ ଚାଲିଥିଲା । ତେବେ ଅଧିକାଂଶ
ସକ୍ରିୟ ଉଇକିଆଳି ଆସନ୍ତା କାଲି ସନ୍ଧ୍ୟା
୮ ଘଟିକା ସମୟରେ ଏ ଆଲୋଚନା କରିବା ବାବଦରେ ମତ
ଦେଇଛନ୍ତି । ଆପଣ ସମସ୍ତଙ୍କୁ ଅନୁରୋଧ
ଆସନ୍ତା କାଲି ଏହି ସମୟରେ
http://webchat.freenode.net/?channels=wikipedia-or ରେ ଏଥିରେ ଯୋଗ ଦେଇ
ଆଲୋଚନାରେ ଭାଗ ନେଇପାରିବେ ।

ଆଲୋଚନାର ବିଷୟ

୧) ଉଇକିଆଳିଙ୍କର ଅନୁଭୂତି ବଖାଣ (ଏଥିରେ
ଭାଗ ନେଉଥିବା ଉଇକିଆଳିମାନେ ନିଜର କିଛି
ଅନୁଭୂତି ବଖାଣିବେ ଯାହା ବାକିମାନଙ୍କ
କାମରେ ଲାଗିପାରିବ, ଏହା ଜଣକ ପାଇଁ ୨ ମିନିଟରୁ
ଅଧିକ ନ ହେଲେ ଭଲ)
୨) ଓଡ଼ିଶାରେ ଆଗାମୀ କାର୍ଯ୍ୟକ୍ରମ ପାଇଁ
ଯୋଜନା (ଓଡ଼ିଶାରେ ଆଗାମୀ ୩ ମାସ ପାଇଁ କିଛି
ମୁଖ୍ୟ ସଙ୍ଘବଦ୍ଧ ହୋଇ କରିବାକୁ ଥିବା
କାମର ଯୋଜନାର ରୂପରେଖ ତିଆରି)

ଯେଉଁମାନେ ଏଥିରେ ଭାଗ ନେଇପାରିବେ ନାହିଁ
ଏହି ପୃଷ୍ଠାରେ କାଲି ରାତି ୧୦ ଟା ପରେ ସବିଶେଷ
ବିବରଣୀ ଦେଖିପାରିବେ ଓ ପୃଷ୍ଠାର ଆଲୋଚନା
ପୃଷ୍ଠାରେ ନିଜର ମତାମତ ଦେଇପାରିବେ:
https://or.wikipedia.org/s/po3


ସୁଭ
(Continue reading)

Picon

ଆସନ୍ତା IRC ର ଆଲୋଚନା ର ବିଷୟ

ଆସନ୍ତା ୧୧ ତାରିଖରେ ରାତି ୮ଟାରେ IRC
ଆଲୋଚନା ହବାକୁ ଯାଉଛି ।
*ଆଲୋଚନାର ବିଷୟ*

   1. ଉଇକି କ୍ଲବପାଇଁ ଆଗାମୀ ଯୋଜନା
   2. ଭୁବନେଶ୍ଵର, ଢେଙ୍କାନାକ ଓ ବାକି
ଜାଗାମାନଙ୍କରେ କର୍ମଶାଳା ପାଇଁ ଯୋଜନା


ଭାଗନେବାକୁ ଥିବା ଉଇକିଆଳି ନିଜ ନାମ ଏହି
ପାରା ରେ ଲେଖେଇବାକୁ ଅନୁରୋଧ।
IRC ବିବରଣୀ: Channel: #Wikimedia-or
Date: ଜୁଲାଇ ୧୧, ୨୦୧୪ (ଶୁକ୍ରବାର)
Time: ସନ୍ଧ୍ୟା ୮.୦୦ ରୁ ୯.୩୦ ଯାଏଁ

-- 
ଦୀପ୍ତିମାନ
_______________________________________________
Wikipedia-OR mailing list
Wikipedia-OR <at> lists.wikimedia.org
https://lists.wikimedia.org/mailman/listinfo/wikipedia-or
Picon

ଆଗାମୀ IRC ର ସମୟ ନିର୍ଘଣ୍ଟ

ଆସନ୍ତା ୧୧ ତାରିଖରେ ରାତି ୮ଟାରେ IRC
ଆଲୋଚନା ହବାକୁ ଯାଉଛି । ଆଲୋଚନାର ବିଷୟ ପରେ
ଜଣାଇଦିଆଯିବ । ଭାଗନେବାକୁ ଥିବା
ଉଇକିଆଳି ନିଜ ନାମ ଏହି ପାରା ରେ
ଲେଖେଇବାକୁ ଅନୁରୋଧ।

IRC ବିବରଣୀ:

Channel: #Wikimedia-or

Date: ଜୁଲାଇ ୧୧, ୨୦୧୪ (ଶୁକ୍ରବାର)

Time: ସନ୍ଧ୍ୟା ୮.୦୦ ରୁ ୯.୩୦ ଯାଏଁ

-- 
ଧନ୍ୟବାଦ ର ସହ
ଦୀପ୍ତିମାନ
_______________________________________________
Wikipedia-OR mailing list
Wikipedia-OR <at> lists.wikimedia.org
https://lists.wikimedia.org/mailman/listinfo/wikipedia-or
Subhashish Panigrahi | 24 May 18:47 2014

Re: ଆଜି ରାତି ୮ଟାରେ IRC ଆଲୋଚନା

କହନା କହନା ସେକଥା, ମୋ ନେଟ କଟୁଥିଲା । ମୁଁ
ତରବରରେ ଯାହା ମିିଳିଲା ପଠେଇଦେଇଛି :)


2014-05-24 18:59 GMT+05:30 ansuman <ansumang <at> gmail.com>:

> Hey tu para Gyana bhainanku kahuthilu shortlink use kariba pain!
>
> "WP", "User" use karuna kana pain?
>
> Ansuman
>
>
>
>
> 2014-05-24 18:36 GMT+05:30 Subhashish Panigrahi <psubhashish <at> gmail.com>:
>
> > ସଭିଙ୍କୁ ଓଳଗି,
> >
> > ୨୦୦୨ ମସିହା ଜୁନ ୩ ତାରିଖରେ ଓଡ଼ିଆ
ଉଇକିପିଡ଼ିଆର ପ୍ରଥମ ସମ୍ପାଦନା
ହୋଇଥିଲା । ଏହି
> > ଦିନରୁ ଆରମ୍ଭ କରି ଏକ ସପ୍ତାହ ଧରି
ଆମେମାନେ ଗଣ-ସମ୍ପାଦନା କରିବାର ଆଲୋଚନା
ହୋଇଥିଲା ।
> > ଏଥିରେ ଓଡ଼ିଶାର ମହାମନିଷୀମାନଙ୍କ
ଉପରେ ଥିବା ପ୍ରସଙ୍ଗମାନ ସୁଧାରିବାର
ଯୋଜନା ହୋଇଛି ।
> > କିପରି ଏହି ଗଣ-ସମ୍ପାଦନା କରାଯିବ ତା'
ବାବଦରେ ଆଜି ରାତି ୮ ଘଟିକାରେ ଆମେ ମାନେ IRC
(Continue reading)

Shitikantha Dash | 28 Apr 13:24 2014
Picon

ଆଜିର ( ୨୮-୪-୨୦୧୪ ) IRC ପାଇଁ ଆଲୋଚ୍ୟ ବିଷୟ

ଆଦରର ଉଇକିଆଳିଗଣ,

ଆପଣ ସମସ୍ତେ ଆଗରୁ
"ଉଇକିଟୁଙ୍ଗି<https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86_%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE:%E0%AC%86%E0%AC%B2%E0%AD%8B%E0%AC%9A%E0%AC%A8%E0%AC%BE_%E0%AC%B8%E0%AC%AD%E0%AC%BE#.E0.AC.89.E0.AC.87.E0.AC.95.E0.AC.BF.E0.AC.9F.E0.AD.81.E0.AC.99.E0.AD.8D.E0.AC.97.E0.AC.BF>"
ବାବଦରେ ହୋଇଥିବା ଆଲୋଚନା ପଢିଥିବେ । ଗତ
ରବିବାର ଦିନ ହେଇଥିବା
IRC<https://or.wikipedia.org/wiki/%E0%AC%89%E0%AC%87%E0%AC%95%E0%AC%BF%E0%AC%AA%E0%AC%BF%E0%AC%A1%E0%AC%BC%E0%AC%BF%E0%AC%86:IRC/21-04-2014>
ଏହି
ବାବଦରେ ଆଲୋଚନା କରଯାଇଥିଲା । ସମୟ
ଅଭାବରୁ ଏହା ସଂପୂର୍ଣ୍ଣ ହେଇପାରିଲା
ନାହିଁ । ଆଜି
ସେହି 'ଉଇକିଟୁଙ୍ଗି' ଅଲୋଚନା ସହ
ନିମ୍ନୋକ୍ତ ବିଷୟ ଗୁଡ଼ିକ ଆଲୋଚନା
ପରିସରଭୁକ୍ତ ଅଟନ୍ତି -

   1. ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କି କି
ଯୋଜନା କାମରେ ଲାଗିବା ଉଚିତ
   2. ଆମେ ଆଗରୁ କରିଥିବା ବିଭିନ୍ନ
କାର୍ଯ୍ୟକ୍ରମରୁ ମିଳିଥିବା ଶିକ୍ଷାକୁ
ନେଇ କିପରି
   ଆଗକୁ ବଢ଼ିବା
   3. ନୂଆ ନୂଆ ସମ୍ଭାବ୍ୟ କ୍ଷେତ୍ର ଯାହା ନିକଟ
ଅତୀତରେ ଆସିଛି


*ସମୟ*- ସନ୍ଧ୍ୟା ୮ ଘଟିକା ( ୨୮-୪-୨୦୧୪ )

*ଲିଙ୍କ* - #wikipedia-or<http://webchat.freenode.net/?channels=#wikipedia-or>

ସମସ୍ତ ଉଇକିଆଳିଙ୍କୁ ଆଲୋଚନାରେ ଭାଗ
(Continue reading)

muzammil | 24 Apr 19:03 2014

Urdu Wikipedia crosses the 50,000 mark

Dear friends,

I am pleased to inform you that today the Urdu Wikipedia has crossed the 
50,000 articles mark.

I am honoured to be a humble contributor of this Wikipedia which has 
reached a dream milestone which is yet to be covered by many other 
Wikipedias.

The focus, as the community feels, will now shift on referencing and 
elaborating many of the existing articles to satisfactory levels.

Also, the next target is to cross the 1,00,000 articles mark.

Regards,
Muzammil.

_______________________________________________
Wikipedia-OR mailing list
Wikipedia-OR <at> lists.wikimedia.org
https://lists.wikimedia.org/mailman/listinfo/wikipedia-or
Picon

ଓଡ଼ିଶା ଦିବସ ୨୦୧୪: କ୍ରିଏଟିଭ କମନ୍ସ ଲାଇସେନ୍ସରେ ୧୪ ଖଣ୍ଡ ବହିର ବିତରଣ, ଉଇକିପାଠାଗାର ପାଇଁ କାମ ଆରମ୍ଭ

       ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଇଂରେଜ ଅଧିକୃତ
ଭାରତବର୍ଷ<https://en.wikipedia.org/wiki/Presidencies_and_provinces_of_British_India>
ରେ ଓଡ଼ିଶା <https://en.wikipedia.org/wiki/Odisha>, ଭାଷା
ଭିତ୍ତିରେ ଏକ
ସ୍ଵତନ୍ତ୍ରରାଜ୍ୟ ଭାବେ ଜନ୍ମଲାଭ କଲା
ପରେ ପରେ ୨୫୦୦ ବର୍ଷର ସମୃଦ୍ଧ ଇତିହାସ ଓ ପ୍ରମାଣକୁ
ଭିତ୍ତି କରି ଏହିବର୍ଷ ଫେବୃଆରୀ ମାସ ୨୦
ତାରିଖ ଅନ୍ତର୍ଜାତିକ ମାତୃଭାଷା ଦିବସର ଅବ୍ୟବହିତ
ପୂର୍ବରୁ ଓଡ଼ିଆ ଭାଷା
<https://en.wikipedia.org/wiki/Oriya_language> “ଶାସ୍ତ୍ରୀୟ”
ମାନ୍ୟତା ଭାବେ ଓଡ଼ିଆ ସ୍ଵୀକୃତ ହେଲା ।
ଏହାକୁ ପାଳନ କରିବା ପାଇଁ ଓଡ଼ିଆ ଉଇକିମିଡ଼ିଆ
ମାର୍ଚ୍ଚ ୨୯ ୨୦୧୪ରେ “ଓଡିଶା ଦିବସ”
ସମାରୋହର ଆୟୋଜନ କରାଯାଇଥିଲା । ପ୍ରାୟ
୭୦ ଜଣ
ବ୍ୟକ୍ତି ଏଥିରେ ଯୋଗଦେଇ ଓଡ଼ିଆ ଭାଷା
ସମ୍ବନ୍ଧିତ ଆଲୋଚନାରେ ଭାଗ ନେଇଥିଲେ । ଅନେକ
ଜଣାଶୁଣା ଭାଷାବିଦ, ସାମ୍ବାଦିକ ଓ
ଗବେଷକଗଣ ଏଥିରେ ଯୋଗଦାନ କରି ଡିଜିଟାଲ ମାଧ୍ୟମରେ
ଓଡ଼ିଆ ଭାଷାର ସ୍ଥିତି, ପ୍ରଗତି ଓ ଆଗକୁ
ନିଆଯାଉଥିବା ପଦକ୍ଷେପ ଉପରେ ଆଲୋଚନା
କରିବା ସହିତ
ଅଧିକରୁ ଅଧିକ ଓଡ଼ିଆ ବହି କିଭଳି ଡିଜିଟାଲ
ମାଧ୍ୟମରେ ବିଶ୍ଵର କୋଣ ଅନୁକୋଣରେ ରହୁଥିବା
ଓଡ଼ିଆ ମାନଙ୍କ ପାଖରେ ପହଞ୍ଚିପାରିବ ସେ
ଉପରେ ମତାମତ ଦେଇଥିଲେ । ଏହି
କାର୍ଯ୍ୟକ୍ରମରେ ଓଡ଼ିଆ
ଉଇକିପାଠାଗାର<https://wikisource.org/wiki/Main_Page/%E0%AC%93%E0%AC%A1%E0%AC%BC%E0%AC%BF%E0%AC%86>
ଡିଜିଟାଇଜେସନ
ପ୍ରକଳ୍ପର ଶୁଭାରମ୍ଭ କରି କ୍ରିଏଟିଭ କମନ
(Continue reading)

Subhashish Panigrahi | 19 Apr 18:53 2014

Talk on " Relivance of Bhagabat Tungi inn the evolution of Odia Language from Budha era to Digital age"

ବନ୍ଧୁଗଣ,

ଆସନ୍ତାକାଲି ସନ୍ଧ୍ୟାରେ "ଦି
ଇଣ୍ଟଲେକ୍ଟ"ସଙ୍ଗଠନ ତରଫରୁ
ଦିଲ୍ଲୀସ୍ଥିତ ତ୍ୟାଗରାଜ ନଗର
ଜଗନ୍ନାଥ ମନ୍ଦିରରେ ସନ୍ଧ୍ୟା ୫:୩୦ରେ
"Relivance of Bhagabat Tungi inn the
evolution of Odia Language from Budha era to Digital age" ବିଷୟ ଉଉପରେ ଏକ
ଆଲୋଚନାଚକ୍ର ଅନୁଷ୍ଠିତ ହେଉଛି । ଏଥିରେ
ସେହି ସଂସ୍ଥା ତରଫରୁ ମୋତେ ବକ୍ତା ଭାବେ
ଆମନ୍ତ୍ରଣ କରିଛନ୍ତି ଯେଉଁଥିରେ ଯୋଗଦେଇ
ମୁଁ "ଓଡ଼ିଆ ଭାଷାର ଇଣ୍ଟରନେଟରେ ସ୍ଥିତି ଓ
ଉଇକିମିଡ଼ିଆ ପ୍ରକଳ୍ପ ମାଧ୍ୟମରେ ଭାଷାର
ବିକାଶ" ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ
ରଖିଛି । ମୁଁ ସେଠାରେ ସନ୍ଧ୍ୟା ୫ଟାରୁ
ରାତି ୧୦ଟା ଯାଏ ରହିବି ଓ ଯଦି କେହି ଉପସ୍ଥିତ
ଥାନ୍ତି ବ୍ୟକ୍ତିଗତ ଭାବେ ଭେଟପାରିବି ।
ମୋର ମୋବାଇଲ ନମ୍ବର ୮୦୫୦୫୧୫୩୩୯ରେ ମୋ ସହିତ
ଯୋଗାଯୋଗ କରିପାରିବେ ।

ସାଧୁବାଦର ସହ
ସୁଭ

-- 
Best!
Subhashish Panigrahi
Programme Officer, Access To Knowledge
Centre for Internet and Society
 <at> psubhashish
_______________________________________________
(Continue reading)

Subhashish Panigrahi | 4 Apr 14:23 2014

"ଓଡ଼ିଶା ଦିବସ ୨୦୧୪" ଅବସରରେ ୧୪ ଖଣ୍ଡ ବହିର କ୍ରିଏଟିଭ କମନ୍ସ ଲାଇସେନ୍ସରେ ପୁନର୍ବିତରଣ

ଉଇକିଆଳି ବନ୍ଧୁଗଣ, ଓଳଗି ନେବେ!

ସିଆଇଏସ-ଏଟୁକେ ଆପଣମାନଙ୍କୁ "ଓଡ଼ିଶା
ଦିବସ ୨୦୧୪"ରେ [୧] ୧୪ ଖଣ୍ଡ ବହିର CC-BY-SA 3.0
ଲାଇସେନ୍ସରେ ପୁନର୍ବିତରଣ ସମ୍ବନ୍ଧିତ
ସମ୍ବାଦ ଜଣାଇବା ଉଚିତ ମଣୁଛି । ଏହା ଓଡ଼ିଆ
ଉଇକିପିଡ଼ିଆ ସଙ୍ଘ, ମାଣିକ-ବିଶ୍ୱନାଥ
ସ୍ମୃତିନ୍ୟାସ ଏବଂ କଳିଙ୍ଗ
ଇନଷ୍ଟିଚ୍ୟୁଟ ଅଫ
ସୋସିଆଲ ସାଇନ୍ସେସ (କିସ)ଙ୍କ ମିଳିତ
ସହଯୋଗରେ କରାଯାଇଥିଲା । ଆପଣମାନଙ୍କ
ମଧ୍ୟରୁ କିଛି
ଜାଣିଥିବେ ଯେ କିସ ଆମ୍ଭର ଏକ ସହଯୋଗୀ
ଅନୁଷ୍ଠାନ । ଏହି ବହିମାନଙ୍କ ଉପରେ
ସ୍ୱତ୍ୱାଧୀକାର/କପିରାଇଟ ଥିଲା ଯାହା
ଆଗକୁ ଖୋଲା ଲାଇସେନ୍ସରେ ଉପଲବ୍ଧ ହେବ ।
ଏହି ବହିମାନ
ହେଲେ:

୧) ଜନପ୍ରିୟ ଓଡ଼ିଆ ଲେଖକ ଓ ଶିକ୍ଷାବିଦ ଡ.
ଜଗନ୍ନାଥ ମହାନ୍ତିଙ୍କ ୧୧ ଖଣ୍ଡ ଓଡ଼ିଆ ବହି
୨) ଓଡ଼ିଆ ଭାଷା ସମ୍ବନ୍ଧରେ ଐତିହାସିକ
ତଥ୍ୟ ସମ୍ବଳିତ ଭାଷା ଗବେଷକ ସୁବ୍ରତ ପୃଷ୍ଟିଙ୍କ
ସଙ୍କଳିତ ଦୁଇଟି ବହି
୩) ବିଶିଷ୍ଠ ଭାଷାବିଦ ପଦ୍ମଶ୍ରୀ
ଦେବୀପ୍ରସନ୍ନ ପଟ୍ଟନାୟକ ଓ ସୁବ୍ରତ
ପୃଷ୍ଟିଙ୍କ ସଙ୍କଳିତ
ଇଂରାଜୀ ବହି "କ୍ଲାସିକାଲ ଓଡ଼ିଆ"

ଏହି ପୁନର୍ବିତରଣ ସମ୍ବନ୍ଧିରେ ଏଯାବତ
(Continue reading)

Picon

Re: self introduction

ସୁଧୀର ବାବୁ ନମସ୍କାର ଘେନିବେ!

ଆପଣଙ୍କ ମତାମତ ପାଇ ଆନନ୍ଦ ଲାଗିଲା । ମୁଁ
ଏହି ମେଲରେ ଆମ କର୍ମୀ ବନ୍ଧୁ ମନୋଜ
ସାହୁକାରଙ୍କ ତିଆରି "ଟାଇପ ଓଡ଼ିଆ"
ପଠାଇଲି । ତାହାକୁ ଇନଷ୍ଟଲ ନ କରି କେବଳ
TypeOdia.html file ଟିକୁ Mozilla Firefox ବ୍ରାଉଜରରେ ଖୋଲି
ଟିକେ ପରଖ କରି ଦେଖିବେ
କି ଏହା ଠିକରେ କାମ କରୁଛି କି ନାହିଁ ।

ଆମେ ଆଉ କିଛି ଦିନ ଭିତରେ ଆକୃତିରେ
ବ୍ୟବହୃତ ହେଉଥିବା Modular ଲେଆଉଟଟି ଓଡ଼ିଆ
ଉଇକିପିଡ଼ିଆରେ ବ୍ୟବହାର କରିବୁ ଯାହା
ଅନେକ ବ୍ୟବହାରକାରୀଙ୍କ କାମରେ ଲାଗିବ ।
ଉଇକିପିଡ଼ିଆର ଅନ୍ୟାନ୍ୟ ଟେକନିକାଲ ବା
ଭାଷାଗତ ବିଷୟ ଉପରେ ଆପଣ ଲଗ-ଇନ କରି "ଆଲୋଚନା
ସଭା" (https://or.wikipedia.org/wiki/WP:VP) ରେ ଦେଇପାରିଲେ
ସମସ୍ତଙ୍କ ଜାଣିବାରେ
ସୁବିଧା ହେବ ।

ଆପଣଙ୍କ ସହଯୋଗ ଓ ଆଶୀର୍ବାଦ କାମନରେ
-- ସୁଭାସିସ
ଓଡ଼ିଆ ଉଇକିପିଡ଼ିଆର ପରିଚାଳକ


2014-03-31 12:10 GMT+05:30 sudhir Mohanty <profsudhir <at> rediffmail.com>:

> I am writing in odia script. let me know whether it is readdable ?
> ମୁଁ ଡକ୍ଟର ସୁିଧୀର ଚନ୍ଦ୍ର ମହାନ୍ତି,
ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ
(Continue reading)


Gmane